Site icon ଆଜିକାଲି

ଦ୍ଵିତୀୟ ଦିନରେ ଚିପିଲିମା ସହ ଅନ୍ୟ କ୍ଷେତ୍ର ପରିଦର୍ଶନ କଲେ ଟ୍ରିବ୍ୟୁନାଲ

ସମ୍ବଲପୁର: ଆଜି ଦ୍ବିତୀୟ ଦିନରେ ହୀରାକୁଦରୁ ବାହାରି ଚିପିଲିମା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି ମହାନଦୀ ଜଳ ବିବାଦ ପାଇଁ ଗଠିତ ଟ୍ରିବ୍ୟୁନାଲ। ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ଓ ଡ୍ୟାମ ନିର୍ବାଣ କରିବା ଦ୍ଵାରା ଓଡ଼ିଶା ପଟ ନଦୀ ଓ କେନାଲ ଶୁଖି ଗଲାଣି। ଟ୍ରିବ୍ୟୁନାଲ ସଦସ୍ୟଙ୍କ ଗସ୍ତ ସମୟରେ ଓଡ଼ିଶାର ଅଧିକାରୀମାନେ ତଥ୍ୟ ଭିତ୍ତିକ ପ୍ରମାଣ ଉପସ୍ଥାପନ କରିଛନ୍ତି।

ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ ଓଡ଼ିଶା ଗସ୍ତର ତୃତୀୟ ଦିନ। ଆଜି ହୀରାକୁଦରୁ ବାହାରି ଚିପିଲିମା ଯାଇଥିଲେ ଟ୍ରିବ୍ୟୁନାଲ ସଦସ୍ୟ। ସେଠାରେ ଜଳ ବିଦ୍ୟୁତ ଉତ୍ପାଦନ ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି | ଜଳ ବିଦ୍ୟୁତ ଉତ୍ପାଦନ କମିଯାଇଛି। ଛତିଶଗଡ ଉପରମୁଣ୍ଡରେ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କରିବା ଫଳରେ ଜଳ ପ୍ରବାହ କମିଛି। ତା ସହିତ ବିଦ୍ୟୁତ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। ଯାହା ଦେଖିଛନ୍ତି ଟ୍ରିବ୍ୟୁନାଲ ସଦସ୍ୟ | ପରେ ହୀରାକୁଦ କମାଣ୍ଡ ଅଂଚଳ, ବରଗଡ ମୁଖ୍ୟ କେନାଲ, ଅତାବିରା ଶାଖା କେନାଲ ସମେତ କମାଣ୍ଡ ଅଂଚଳ ପରିଦର୍ଶନ କରିଛନ୍ତି ଟ୍ରିବ୍ୟୁନାଲ | ପରେ ପ୍ରସ୍ତାବିତ ଅତିରିକ୍ତ ସ୍ପିଲ ଓ୍ବେ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରୀ, ଶାସନ କେନାଲ ପରିଦର୍ଶନ କରିଛନ୍ତି।

FacebookTwitterLinkedinWhatsapp
Exit mobile version