Site icon ଆଜିକାଲି

ତୃତୀୟ ଦିନରେ ଅଲାରନାଥଙ୍କ ଅନବସର ଦର୍ଶନ, ଚତୁର୍ଭୁଜ ନାରାୟଣ ବେଶ ଦେଖିବାକୁ ଲାଗିଛି ଭିଡ

ବ୍ରହ୍ମଗିରି : ତୃତୀୟ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ । ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଦଇତା ସେବାୟତଙ୍କ ଦ୍ୱାରା ଅଣସର ପିଣ୍ଡିରେ ଚାଲିଛି ଉପଚାର ସେବା । ସେପଟେ ଜଗନ୍ନାଥଙ୍କୁ ଦର୍ଶନ ନ ପାଇ ଭକ୍ତ ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣ ଙ୍କୁ ଦର୍ଶନ କରୁଛନ୍ତି ।

ଭୋର ୪ଟା ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪ଟ୩ ୧୫ରେ ମଙ୍ଗଳ ଆଳତୀ ହୋଇଥିଲା । ତାପରେ ତଡପଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୬ ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଏବେ ଦ୍ଵିତୀୟ ଶ୍ରୀକ୍ଷେତ୍ର ପାଲଟିଥିବା ବ୍ରହ୍ମଗିରିର ଅଲାରନାଥ ପୀଠକୁ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗୁଛି ।

Exit mobile version