Site icon ଆଜିକାଲି

ଶ୍ରାବଣ ତୃତୀୟ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଜଳଲାଗି କରୁଛନ୍ତି କାଉଡିଆ

ଭୁବନେଶ୍ଵର: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ମହାଦେବଙ୍କୁ ଜଳଲାଗି ପାଇଁ ବିଭିନ୍ନ ଶିବ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଗୁଡିକରେ ଜଳ ଲାଗି କରୁଛନ୍ତି କାଉଡିଆ। ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ଵର, ବାବା ଆଖଣ୍ଡଳମଣି, ପୁରୀର ବାବା ଲୋକନାଥଙ୍କ ପୀଠ ସବୁଠି ଶହ ଶହ କାଉଡିଆ ଦେବ ଦେବ ମହାଦେବଙ୍କୁ ଜଳାଭିଶେକ କରୁଛନ୍ତି। ବୋଲବମ୍ ନାରାରେ କମ୍ପୁଛି ଗଗନ ପବନ। ମନ୍ଦିର ମାଳିନୀ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିରରେ ଭିଡ ହୋଇଥିଲେ ବି ସବୁଠୁ ଅଧିକ ଭିଡ ଲାଗିଛି ପ୍ରଭୁ ଲିଙ୍ଗରାଜଙ୍କ ପାଖରେ। ସେପଟେ କାଉଡିଆ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

FacebookTwitterLinkedinWhatsapp
Exit mobile version