Site icon ଆଜିକାଲି

ମେଡିକାଲ ଯାଉଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ ; ଚାଲିଗଲା ଦୁଇ ଜଣଙ୍କ ଜୀବନ

ଜଗତସିଂହପୁର : ଜଗତସିଂହପୁର ଜିଲା ଚଷାପଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ଟ୍ରକ । ଏହି ଦୁର୍ଘଟଣାରେ ମାଆ ଓ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ମଙ୍ଗଳବାର ଦିନ ତିର୍ତ୍ତୋଲ ଥାନା ବାଡ଼ ଶାରୋଳ ମିର ମହଲା ଗାଁର ଶେଖ୍‌ ମୁକ୍ତାର, ତାଙ୍କ ବୋହୂ କଲିମା ବିବି ଓ ୩ ବର୍ଷର ଶିଶୁ କନ୍ୟାକୁ ନେଇ ସ୍କୁଟି ଯୋଗ ଜଗତସିଂହପୁର ମେଡିକାଲ ଆସୁଥିଲେ । ଏହି ସମୟରେ ଚଷାପଡ଼ା ନିକଟରେ ଏକ ଟ୍ରକ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ଶ୍ୱଶୁର ଶେଖ୍‌ ମୁକ୍ତାର ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ଶେଖ୍‌ ମୁକ୍ତାରଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

Exit mobile version