Site icon ଆଜିକାଲି

ସ୍ବଛତା ପାଇଁ ଶ୍ରମଦାନ  କାର୍ଯ୍ୟକ୍ରମ କଲେ ଡ଼ିଏଭି ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ

କେନ୍ଦୁଝର, କେନ୍ଦୁଝର ସହର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡ଼ିଏଭି ପବ୍ଲିକ୍ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ସ୍କୁଲ ପାରିପାର୍ଶ୍ବିକ ଅଞ୍ଚଳରେ ଶ୍ରମଦାନ ସ୍ୱରୂପ ସ୍ୱଚ୍ଛତା କାଯ୍ୟକ୍ରମ କରିଛନ୍ତି । ସ୍କୁଲ ର ଅଧ୍ୟକ୍ଷ ସୋପ୍ନେନ୍ଦୁ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷ ଶିକ୍ଷୟତ୍ରୀ ତଥା ସହଯୋଗୀ କର୍ମଚାରୀ ମାନଙ୍କ ସହଯୋଗ ରେ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି । କାରଣ ଗାନ୍ଧିଜୀ ସ୍ବଛତା କୁ ପସନ୍ଦ କରିଥିଲେ । ଆମେ ନିଜେ ଓ ଆମ ପରିବେଶକୁ ସ୍ବଛ ରଖିଲେ ସମଗ୍ର ଦେଶ ସ୍ବଛ ଓ ସୁସ୍ଥ ରହିବ ବେଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ରଞ୍ଜନ କୁମାର କର, ସୌଦାମିନୀ ସାହୁ, ଶକୁନ୍ତଳା ମହାନ୍ତି, ବିଜୟ କୁମାର ଦାଶ, ପୁଷ୍ପିତାରାଣୀ ମହାପାତ୍ର, ବୀଣାପାଣି ପାଢ଼ୀ, ସବିତା କୁମାରୀ ପଣ୍ଡା, ମନ୍ଦାକିନୀ ପ୍ରଧାନ,ହେମଳତା ମହାନ୍ତ, ଜୟଶ୍ରୀ ଷଡଙ୍ଗୀ, ରାଜଶ୍ରୀ ଦାଶ, ଦେବାଶିଷ ମହାପାତ୍ର, ନିବେଦିତା ପତି, ପ୍ରଜ୍ଞାପାରମିତା ଧର, ରମେଶ ଚନ୍ଦ୍ର ପାତ୍ର, ଜ୍ୟତ୍ସ୍ନାମୟୀ ମହାନ୍ତ, ବିନୟ କୁମାର ମିଶ୍ର,ସୁଶାନ୍ତ କୁମାର ମହାନ୍ତ, ଭାଗ୍ୟଶ୍ରୀ କର, ମାଧୁରୀ ଦେ, ଅକ୍ଷୟ କୁମାର ମହାନ୍ତ, ରୋହିତ କୁମାର ସାହୁ, ଦୀପକ କୁମାର ମିଶ୍ର, ଚିନ୍ମୟୀ ଜେନା, ପ୍ରିୟମ୍ବଦା ମିଶ୍ର, ନିଗମାନନ୍ଦ ସୌମ୍ୟରଂଜନ ମହାନ୍ତ, ସଂଗୀତା ମହାପାତ୍ର, ପ୍ରୀତିଲତା ସାହୁ, ସୁଧାଂଶୁ ନାଏକ ତଥା ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Exit mobile version