Site icon ଆଜିକାଲି

ବସ ଧକ୍କାରେ ଜଣେ ମୃତ, ୩ ଗୁରୁତର

ବଲାଙ୍ଗିର : ବଲାଙ୍ଗିର ଉପକଣ୍ଠ ସିନଖମନ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଣପତି ନାମକ ଏକ ଘରୋଇ ବସ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ସମସ୍ତେ ବିବାହ କାର୍ଯ୍ୟ ପାଇଁ ଟିଟିଲାଗଡ଼ରୁ ଖୁଜେନପାଲି ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ କରିସ୍ମା ପଶାୟତ, ତାଙ୍କ ସ୍ଵାମୀ ସରୋଜ ପଶାୟତ, ସେମାନଙ୍କ ୩ ବର୍ଷର ଓ ଦେଢ଼ ବର୍ଷର ଝିଅ ଆହତ ହୋଇଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସାଧୀନ ଅବସ୍ଥାରେ ସରୋଜଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

Exit mobile version