Site icon ଆଜିକାଲି

ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ : ଅନୁଗୁଳ ଜିଲାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବସଲା ପଞ୍ଚାୟତ ସୁନାଭୁଇଁ ଗାଁର ଦିବାକର ସାହୁ।

ଦିବାକର ବୁଧବାର ଭୋର୍ ସମୟରେ ଘର ନିକଟରେ ଥିବା ପଡ଼ିଆକୁ ଶୌଚ ହେବାକୁ ଯାଇଥିଲେ। ଶୌଚ ହୋଇସାରି ଫେରୁଥିବା ବେଳେ ସେ ହାତୀପଲଙ୍କ ହାବୁଡ଼ରେ ପଡି ଯାଇଥିଲେ। ଫଳରେ ହାତୀ ଆକ୍ରମଣରେ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ବନ୍ତଳା ବନାଞ୍ଚଳର ବନ କର୍ମଚାରୀ ଓ ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Exit mobile version