Site icon ଆଜିକାଲି

ଢେଙ୍କାନାଳରେ ପୁଣି ହାତୀ ଆକ୍ରମଣରେ ଜଣେ ମୃତ, ଚାପା ଉତ୍ତେଜନା ପ୍ରକାଶ

ଢେଙ୍କାନାଳ : ଢେଙ୍କାନାଳରେ ପୁଣି ହାତୀ ଆକ୍ରମଣରେ ଜଣେ ମୃତ । ଢେଙ୍କାନାଳ ସଦର ବନାଞ୍ଚଳର ଦିନବନ୍ଧୁପୁର ଗାଁ ନିକଟସ୍ଥ ହନୁମାନ ମନ୍ଦିର ପାଖରେ ହାତୀ ଆକ୍ରମଣରେ ଯାଇଛି ଜୀବନ।

ସୂଚନା ଯେ, କରଡାମଡ଼ା ଗାଁର ଶରତ ଦେହୁରି ଦିନବନ୍ଧୁପୁର ଗାଁ ଛକକୁ ଆସୁଥିଲେ । ଏହି ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଟେକି କଚାଡି ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ହାତୀ ଆକ୍ରମଣ ଜନିତ ଘଟଣା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ବନ କର୍ମଚାରି ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ରହିଛି।

Exit mobile version