Site icon ଆଜିକାଲି

ଗୁଣିଗାରେଡ଼ି ସନ୍ଦେହରେ ବର୍ବରକାଣ୍ଡ, ଟାଙ୍ଗିଆ ଚୋଟରେ ଜଣଙ୍କର ମୃତ୍ୟୁ

ବୈପାରୀଗୁଡା : କୋରାପୁଟ ଜିଲା ବୈପାରୀଗୁଡା ଥାନା କାଠପୋଡା ପଞ୍ଚାୟତ ଅନ୍ତର୍ଗତ ଧନିବାଲସା ଗାଁ ନିକଟରେ ଶୁକ୍ରବାର ଜଘନ୍ୟ ହତ୍ୟାକାଣ୍ଡ । ଗୁଣିଗାରେଡି କରୁଥିବା ସନ୍ଦେହରେ ଧନିବାଲସା ଗ୍ରାମର ମହାଦେବ ଖରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ l ଏନେଇ ବୈପାରୀଗୁଡା ଥାନାରେ ଏତଲା ଦେଲେ ମହାଦେବଙ୍କ ସ୍ତ୍ରୀ ମଙ୍ଗୁଳି ଖରା l

ସୂଚନା ଯେ, ଗାଁରେ ଗତ ୫ ମାସ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟିସାରିଛି l ପୁଣି ଶୁକ୍ରବାର ଉକ୍ତ ଗ୍ରାମର ବାଳରାମ ଖରାଙ୍କ ମୃତ୍ୟୁ ଘଟିଥିଲା l ହେଲେ ଏହି ମୃତ୍ୟୁ ଘଟଣାକୁ ନେଇ ଗାଁରେ ମହାଦେବ ଗୁଣିଗାରେଡି କରୁଥିବା ସନ୍ଦେହ କରି ଗ୍ରାମବାସୀ ସଂଘବଦ୍ଧ ଭାବେ ମହାଦେବଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ମହାଦେବଙ୍କ ମୃତ୍ୟୁ ଘଟିଛି l ଅଟକାଇବାକୁ ଯାଇ ସ୍ତ୍ରୀ ମଙ୍ଗୁଳିଙ୍କ ହାତରେ ଟାଙ୍ଗିଆ ଚୋଟ ବାଜି ସେ ମଧ୍ୟ ଆହତ ହୋଇଛନ୍ତି । ଏନେଇ ବୈପାରୀଗୁଡା ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ବୃତ୍ତମାନେ ଫେରାର ଥିବା ଜଣାପଡିଛି l ଗୁଣିଗାରେଡି ସନ୍ଦେହରେ ଏପରି କାଣ୍ଡ ହୋଇଥିବା ସନ୍ଦେହ କରି ଏକ ହତ୍ୟା ମାମଲା ରୁଜୁ କରିଛି ବୈପାରୀଗୁଡା ପୋଲିସ l

Exit mobile version