Site icon ଆଜିକାଲି

ଆଇଚର ଧକ୍କାରେ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଜାତୀୟ ରାଜପଥ ବାରିହାପୁର କାମାକ୍ଷାନଗରିଆ ଢାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବେକକୁ ଧକ୍କା ଦେଲା ଆଇଚର । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ପରଜଙ୍ଗ ଥାନା ବାରିହାପୁର ଗାଁର ଶାନ୍ତନୁ ସାହୁ ହୋଇଥିବା ବେଳେ ଗୁରୁତର କାମାକ୍ଷାନଗର ଥାନା ଶିବିଳାପଶି ଗାଁର ବିଷ୍ଣୁ ବିଶ୍ୱାଳ ବୋଲି ଜଣାପଡିଛି ।

ସୂଚନା ଯେ, ଉଭୟ ଖୁଣ୍ଟିଆ ଢ଼ାବାରେ ରାତିଭୋଜନ ସାରି ଏକ ବାଇକରେ ବାରିହାପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ସାମ୍ନା ପଟୁ ଏକ ଆଇଚର ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କୁ ଗୁରତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ଶଳା ଶାନ୍ତନୁକୁ ମୃତ ଘୋଷଣା କରିଥିବା ବେଳେ ଭିଣୋଇ ବିଷ୍ଣଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ସେପଟେ ଦୁର୍ଘଟଣା ଘଟାଇଥିବା ଆଇଚର ଗାଡି ଓ ଚାଳକକୁ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

Exit mobile version