Site icon ଆଜିକାଲି

ମ୍ବଲପୁରରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ବନଖଣ୍ଡ ଯୁଯୁମୁରା ରେଞ୍ଜ ଖଇରମାଲ ଅନ୍ତର୍ଗତ ରଘୁଡେରାରେ ଏକ ଦନ୍ତା ହାତୀର ମୃତଦେହ ଠାବ । ଏନେଇ ବନବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଯେ, ରଘୁଡେରାରେ ଏକ ଦନ୍ତା ହାତୀର ମୃତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖିଥିଲେ ।ଏହାପରେ ତୁରନ୍ତ ବନବିଭାଗର ଟିମ୍‌କୁ ଖବର ଦେଇଥିଲେ । ବନବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏବେ ଯାଏଁ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Exit mobile version