Site icon ଆଜିକାଲି

କାନ୍ଥ ତଳେ ଚାପି ହୋଇ ଜଣେ ମୃତ, ସାଙ୍ଗ ଗୁରୁତର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମୋଦରପୁରରେ କାନ୍ଥ ପଡ଼ି ପ୍ରଶାନ୍ତ ମଲିକ ନାମକ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ସାଙ୍ଗ ସୁକାନ୍ତ ମଲ୍ଲିକ ଗୁରୁତର ହୋଇଛନ୍ତି। ରବିବାର ମଧ୍ୟରାତ୍ରରେ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ହୋଇଥିଲା। ଦୁଇ ସାଙ୍ଗ ଘରେ ଶୋଇଥିବା ବେଳେ ହଠାତ୍ ମାଟି ଇଟା କାନ୍ଥଟି ଧସି ପଡିବାରୁ ଦୁହେଁ ଗୁରୁତର ହୋଇ ପଡ଼ିଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିବା ବେଳେ ସୁକାନ୍ତ ଏବେବି ଚିକିତ୍ସାଧୀନ ରହିଛନ୍ତି।

Exit mobile version