Site icon ଆଜିକାଲି

ନିଟ୍ ପେପର ଲିକ୍ ମାମଲାରେ ଆଉ ଜଣେ ଗିରଫ, ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ନିଟ୍ ପେପର ଲିକ୍ ମାମଲାରେ ଭୁବନେଶ୍ୱରରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତ ହେଉଛନ୍ତି ସୁଶାନ୍ତ ସାମନ୍ତ । ପ୍ରଶ୍ନପତ୍ର ବିତରଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସିବିଆଇ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି । ତେବେ ସିବିଆଇ ୧୦ ଦିନ ରିମାଣ୍ଡ ପାଇଁ ନିବେଦନ କରିଥିଲା ।

ସୂଚନାରୁ ପ୍ରକାଶ ସିବିଆଇ ନିଟ୍ ୟୁଜି ପେପର ଲିକ୍ ମାମଲାରେ ଶନିବାର ଭୁବନେଶ୍ୱରରୁ ଜଣେ ଅଭିଯୁକ୍ତ ସୁଶାନ୍ତ ସାମନ୍ତଙ୍କୁ ଗିରଫ କରିଥିଲା । ଏହା ପରେ ସୋମବାର ପାଟନା ସ୍ଥିତ ସିବିଆଇର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ ସୁଶାନ୍ତଙ୍କୁ ହାଜର କରାଯାଇଥିଲା । ସିବିଆଇ ଅଭିଯୁକ୍ତକୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟକୁ ନିବେଦନ କରିଥିଲେ କିନ୍ତୁ କୋର୍ଟ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ଏହି ମାମଲାରେ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କରିସାରିଛି ।

Exit mobile version