Site icon ଆଜିକାଲି

ସୁନ୍ଦରଗଡ଼ରେ ଥମୁନି ହାତୀ ଉପଦ୍ରବ, ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜ ଟିମିନା କିଷାନପଡ଼ାରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବିପିନ ଟପୋ ବୋଲି ଜଣାପଡିଛି ।

ଟିମିନା କିଷାନପଡ଼ାର ବିପିନ ଟପୋ ଶୋଇଥିବା ବେଳେ ହାତୀ ଘର ଭାଙ୍ଗୁଥିଲା । ଏହି ସମୟରେ ବିପିନ ହାତୀ ହାବୁଡ଼ରେ ପଡିଯାଇଥିଲେ । ଯାହାଫଳରେ ହାତୀ ଆକ୍ରମଣରେ ବିପିନଙ୍କ ଜୀବନ ହରାଇବାକୁ ପଡିଛି । ଏହାସହ ଗାଁର ଆଉ ୫ ଜଣଙ୍କ ଘର ଭାଙ୍ଗିଥିବା ଜଣାପଡିଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଉଦ୍ୟମ କରୁଛି ।

Exit mobile version