Site icon ଆଜିକାଲି

ଗ୍ୟାସ୍‌ ଲିକ୍‌ ଘଟି ଜଣେ ଶ୍ରମିକ ମୃତ, ୫ ଗୁରୁତର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବୁଢୀପଦର ସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ଼ରେ ଅଘଟଣ । କାର୍ବନ ମନୋକ୍ସସାଇଡ ଗ୍ୟାସ୍‌ ଲିକ୍‌ରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି। ମୃତକୁ ହେଉଛନ୍ତି ବରୁଣ ପ୍ରଧାନ। ଗୁରୁତର ମାନଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ନର୍ସିଙ୍ଗ ହୋମରେ ଚିକିତ୍ସିତ ହେଉଛନ୍ତି।

ମୃତ ବରୁଣ ଠିକା ଶ୍ରମିକ ଭାବେ କାମ କରୁଥିଲେ। ତାଙ୍କ ଘର ବ୍ରଜରାଜନଗର ଥାନା ଅନ୍ତର୍ଗତ କେଛୋବାହାଲ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ପରେ କାରଖାନା ପରିସରରେ ଶ୍ରମିକ ମହଲ ରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

Exit mobile version