Site icon ଆଜିକାଲି

ଏକାଦଶ ଶ୍ରେଣୀ ପାଇଁ ଅନଲାଇନ ଆଡମିଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଶିକ୍ଷା ବର୍ଷ ୨୦୨୩ – ୨୪ର ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ଅନ୍‌ଲାଇନ୍ ଆଡମିଶନ ପ୍ରକ୍ରିୟା ସରିଲା ପରେ ମୋଟ ୫ , ୨୦ , ୯୨୦ ଆସନ ମଧ୍ୟରୁ ୪ , ୧୧ , ୮୨୬ ଜଣ ବିଦ୍ୟାର୍ଥୀ ଏକାଦଶ ଶ୍ରେଣୀ ପାଇଁ ନାମ ଲେଖାଇଛନ୍ତି । ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଯେଉଁ ଛାତ୍ରଛାତ୍ରୀ ଅଦ୍ୟାବଧୂ ଏକାଦଶ ଶ୍ରେଣୀରେ ନାମ ଲେଖାଇ ନାହାନ୍ତି, ତାଙ୍କୁ ପୁନଶ୍ଚ ସୁଯୋଗ ଦେବା ନିମିତ୍ତ ତୃତୀୟ ପର୍ଯ୍ୟାୟ ଅନ୍‌ଲାଇନ୍ ଆଡମିଶନ ଆଜି ଠାରୁ ଆରମ୍ଭ ହୋଇଛି।

ଇଚ୍ଛୁକ ଛାତ୍ରଛାତ୍ରୀ ମାନେ www.samsodisha.gov.in ୱେବ୍‌ସାଇଟ ମାଧ୍ୟମରେ ଆଡମିଶନ ସମ୍ପର୍କୀୟ ସବିଶେଷ ବିବରଣୀ ଜାଣିବା ସହିତ ଅନ୍‌ଲାଇନ୍ ଆବେଦନ କରିପାରିବେ । ଅକ୍ଟୋବର ୮ ତାରିଖ ହେଉଛି ଆବେଦନର ଶେଷ ତାରିଖ । ଏହି ନାମଲେଖା ପ୍ରକ୍ରିୟାର ମେଧା ତାଲିକା ଆସନ୍ତା ୧୧ ତାରିଖରେ ସକାଳ ୧୧ଟାରେ ପ୍ରକାଶ ପାଇବ ଏବଂ ଏହାର ଆଡମିଶନ ପ୍ରକ୍ରିୟା ଅକ୍ଟୋବର ୧୩ ତାରିଖରୁ ୧୪ ତାରିଖ ମଧ୍ୟରେ ସମ୍ପାଦନ କରାଯିବ । ସେହିପରି ୱେଟିଂ ଲିଷ୍ଟରେ ଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କର ପଞ୍ଜିକରଣ ଓ ଆଡମିଶନ ଆସନ୍ତା ୧୬ ତାରିଖରୁ ୧୯ ତାରିଖ ମଧ୍ୟରେ ସମାପନ କରାଯିବ ।

Exit mobile version