Site icon ଆଜିକାଲି

ଅନଲାଇନ ପଞ୍ଜି ସ୍କାମ: ଫେରାର ଚାଇନିଜ ଅଭିଯୁକ୍ତ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି

ଭୁବନେଶ୍ୱର : ଅନଲାଇନ ପଞ୍ଜି ସ୍କାମ ଜରିଆରେ ୧୦୦ କୋଟି ଟଙ୍କା ଠକେଇ ମାମଲାରେ ଜଣେ ଫେରାର ଚାଇନିଜ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା – ଇଓଡବ୍ଲୁ । ଫେରାର ଚାଇନିଜ ଅଭିଯୁକ୍ତ ଜଣକ ହେଲା ଗୁଆନ୍‌ହ୍ବା ୱାଙ୍ଗ । ଅନ୍‌ଲାଇନ ପଞ୍ଜି ସ୍କାମ ଜରିଆରେ ୧୦୦ କୋଟି ଠକେଇ ମାମଲାରେ ଦେଶର ୧୪ଟି ବ୍ୟାଙ୍କରେ ଥିବା ୭୦ଲକ୍ଷ ଟଙ୍କା ଫ୍ରିଜ୍‌ ହୋଇଛି । ପୂର୍ବରୁ ୧.୨୨ କୋଟି ଫ୍ରିଜ୍‌ କରାଯାଇଥିଲା । ଇଓଡବ୍ଲୁର ଅନୁରୋଧ କ୍ରମେ ଅଭିଯୁକ୍ତ ଚାଇନିଜଙ୍କ ବିରୋଧରେ ସର୍କୁଲାର ଜାରି କରିଛି କେନ୍ଦ୍ର । ୨୦୧୯ରୁ ୨୦୨୦ ଭିତରେ ଅଭିଯୁକ୍ତ ଜଣକ ୬ ଥର ଭାରତ ଆସିଛି । ପୂର୍ବରୁ ୫ ଚାଇନିଜଙ୍କ ନାଁରେ ସର୍କୁଲାର ଜାରି କରାଯାଇଛି ।

Exit mobile version