Site icon ଆଜିକାଲି

କେବଳ ମଲୟାଲୀ ବ୍ରାହ୍ମଣ ହେବେ ସାବରୀମାଳା ମନ୍ଦିରରେ ମୁଖ୍ୟ ପୂଜକ

ନୂଆଦିଲ୍ଲୀ: ସ୍ପଷ୍ଟ ହେଲା ସାବରୀମାଳା ମନ୍ଦିରରେ କିଏ ହେବେ ପୂଜକ । ଏହାକୁ ନେଇ ହୋଇଥିବା ମାମଲାକୁ ନେଇ ହୋଇଥିବା ଯାଚିକାକୁ ଖାରଜ କରିବା ସହ ତ୍ରାବଣକୋର ଦେବାସମ ବୋର୍ଡର ବିଜ୍ଞପ୍ତିକୁ କାଏମ ରଖିଛନ୍ତି । ସୂଚନାଥାଉକି, ସାବରୀମାଳା ମଲ୍ଲିକାପ୍ପୁରମ ମନ୍ଦିରର ମେଲଶାନ୍ତି (ମୁଖ୍ୟ ପୂଜକ) ଭାବରେ ନିଯୁକ୍ତି ପାଇଁ କେବଳ ମଲୟାଲା ବ୍ରାହ୍ମଣଙ୍କ ଠାରୁ ଆବେଦନ ପାଇଁ ତ୍ରାବଣକୋର ଦେବାସମ ବୋର୍ଡ ବିଜ୍ଞପ୍ତି ଜାରି କରିଥିଲା। ଯାହାକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରାଯାଇଥିଲା। ଆଉ ଏହି ମାମଲାରେ ଶୁଣାଣି କରି ମଙ୍ଗଳବାର କେରଳ ହାଇକୋର୍ଟ, ଦେବାସମ ବୋର୍ଡ ବିଜ୍ଞପ୍ତିରେ ଥିବା ସର୍ତ୍ତକୁ କାଏମ ରଖିଛନ୍ତି।

ପ୍ରକୃତରେ କୋର୍ଟରେ ଅପିଲ କରାଯାଇଥିଲା ଯେ, ବିଜ୍ଞପ୍ତିରେ ଏଭଳି ସର୍ତ୍ତ ଦ୍ବାରା ‘ଅସ୍ପୃଶ୍ୟତା’କୁ ପ୍ରଶୟ ମିଳିବ ଏବଂ ସମ୍ବିଧାନର ଅନୁଚ୍ଛେଦ ୧୭ର ଉଲ୍ଲଘଂନ କରିବ । ଆଉ ଆବେଦନକାରୀଙ୍କ ଏହି ତର୍କକୁ ଖାରଜ କରିଛନ୍ତି ଜଷ୍ଟିସ ଅନିଲ୍‌ କେ ନରେନ୍ଦ୍ରନ ଏବଂ ଜଷ୍ଟିସ ପି.ଜି.ଅଜିତକୁମାରଙ୍କ ଖଣ୍ଡପୀଠ। କୋର୍ଟ ଏହା ମଧ୍ୟ କହିଥିଲେ ଯେ, ଯାଚିକାରେ ଉଚିତ୍‌ ଦଲିଲର ଅଭାବ ରହିଛି।

କୋର୍ଟ ଏହା ସ୍ପଷ୍ଟ କରିଛନ୍ତି​ ଯେ, ମନ୍ଦିର ପରିଚାଳନାର ପୂଜକ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ପୂର୍ଣ୍ଣ ଅଧିକାର ରହିଛି। ହାଇକୋର୍ଟ କହିଛନ୍ତି ‘‘ତ୍ରାବଣକୋର ଦେବାସମ ବୋର୍ଡ ଏବଂ ଏହାର ସଦସ୍ୟଙ୍କ କାର୍ଯ୍ୟ ସଂପୂର୍ଣ୍ଣ ଭାବରେ ପ୍ରଶାସନିକ। କୋର୍ଟ କହିଛି ମନ୍ଦିର ପ୍ରଶାସନ ତନ୍ତ୍ରୀ ଶାସ୍ତ୍ର ଅନୁଯାୟୀ ପୂଜା ଏବଂ ଧାର୍ମିକ ସମାରୋହର ଉଚିତ ସଞ୍ଚାଳନ ପାଇଁ ଦାୟୀ। ଏହା ଆସ୍ଥା ସହ ଜଡ଼ିତ ପ୍ରସଙ୍ଗ।’’

Exit mobile version