Site icon ଆଜିକାଲି

ବୌଦ୍ଧରେ ଅପରେସନ କ୍ଲିନ ଜାରି, ୭୧ ଏକର ଗଞ୍ଜେଇ ଚାଷ ନଷ୍ଟ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ହେଉଥିବା ବେଆଇନ ଗଞ୍ଜେଇ ଚାଷକୁ ନେଇ ପୁଲିସ ପ୍ରଶାସନ ଅଣ୍ଟା ଭିଡ଼ିଛି । ଏନେଇ ପୁଲିସ ପ୍ରଶାସନ ଜିଲ୍ଲାରେ ହେଉଥିବା ଏଭଳି ବେଆଇନ କାମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ନେଇ ଅପରେସନ କ୍ଲିନ ଆରମ୍ଭ କରିଛି । ଆଜି ପ୍ରାୟ ୭୧ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।

ସୂଚନା ମତେ ବୌଦ୍ଧ ଏସପି ପ୍ରହଲ୍ଲାଦ ସହଇ ମିନାଙ୍କ ନିର୍ଦ୍ଦେଶକ୍ରମେ ବାଉଁଶୁଣୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ପଂଚାୟତ ରଙ୍ଗମାଟିଆ ଗାଁରେ ୩୬ ଏକର ଓ ବୌଦ୍ଧ ଥାନା ଅନ୍ତର୍ଗତ ଆମ୍ବଝରୀ ପଂଚାୟତ ଡିମିରିଖୋଲ ଗାଁରେ ୩୫ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବା ସୂଚନା ଦିଆଯାଇଛି ।

Exit mobile version