Site icon ଆଜିକାଲି

ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା : ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ, ମିଳିଛି ଅନେକ ତଥ୍ୟ

ଭୁବନେଶ୍ୱର : ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା I ମଙ୍ଗଳବାର ଶେଷ ହେଉଛି ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ ଅବଧି । ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ଯିବ ଅଭିଯୁକ୍ତଙ୍କ ମୋବାଇଲ ।

ସୂଚନା ଯେ, ଗତ ରବିବାର ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିଥିଲା ଏସଟିଏଫ୍‌ I ରିମାଣ୍ଡ ଅବଧି ସମୟରେ ଅନେକ ତଥ୍ୟ ଏସଟିଏଫ ହାତରେ ଲାଗିଛି I ତିନି ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କା, ସୌମ୍ୟ ପଟ୍ଟନାୟକ ଓ ସରୋଜ କୁମାର ନାୟକ I ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ଯିବ ଅଭିଯୁକ୍ତଙ୍କ ମୋବାଇଲ । ଏନଆଇଏ ଓ ଆଇବିକୁ ସମସ୍ତ ତଥ୍ୟ ଦେଇଛି ଏସଟିଏଫ I

ସେହିପରି ଆଇଟି ଏକ୍ସପର୍ଟ ଆବଶ୍ୟକସ୍ଥଳେ ସୋସିଆଲ ମିଡିଆ ବ୍ୟବହାର ନେଇ ଯାଞ୍ଚ କରିବେ I ଦିଲ୍ଲୀ, ରାଜସ୍ତାନ, ଗୁଜୁରାଟ ଓ ପଶ୍ଚିମବଙ୍ଗରେ ଥିବା ପାକିସ୍ତାନି ଆଇଏସଆଇ ଏଜେଣ୍ଟଙ୍କ ସହ ଥିଲା ସମ୍ପର୍କ । ତଦନ୍ତ ବେଳେ ଏସଟିଏଫକୁ ଏପିରି କିଛି ସାଙ୍ଘାତିକ ତଥ୍ୟ ମିଳିଛି । ତେବେ କେଉଁ କେଉଁ ଅଞ୍ଚଳରୁ ସିମକାର୍ଡ କିଣା ହୋଇଥିଲା । ଖୋଳତାଡ଼ ସେନେଇ ଚାଲିଛି ।

କେବେଠାରୁ ଅଭିଯୁକ୍ତମାନେ ପାକିସ୍ତାନ ଆଇଏସଆଇ ଏଜେଣ୍ଟ ଲିଙ୍କରେ ଥିଲେ , ସେନେଇ ବି ଚାଲିଛି ତଦନ୍ତ । ପୂର୍ବରୁ ଅଫିସିଆଲ ଡାଟା ଲିକ ନେଇ ଜଲପାଇଗୁଡି ଥାନାରେ ମାମଲା ରହିଛି I ଟେଲିକମ ପ୍ରଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି ଏସଟିଏଫ । ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ଚିଠି ବି ଲେଖାଯାଇଛି ।

Exit mobile version