Site icon ଆଜିକାଲି

ଅଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା

ନୂଆଦିଲ୍ଲୀ : ଅଦାନୀ ଗ୍ରୁପର ଆର୍ଥିକ ଅନିୟମିତତା ନେଇ ହିଣ୍ଡେନବର୍ଗ ରିପୋର୍ଟ ଉପରେ ଆଜି ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନଙ୍କ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଏଥିଯୋଗୁଁ ଯୋଗୁଁ ସଂସଦର ଉଭୟ ଗୃହକୁ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ହି‌ଣ୍ଡେନ୍‌ବର୍ଗ ରିପୋର୍ଟ ଏବଂ ସେଥିଯୋଗୁଁ ଅଦାନୀ ଗ୍ରୁପ୍‌ ସେୟାର୍‌ ମୂଲ୍ୟ ହ୍ରାସ ବିଷୟରେ ଆଲୋଚନା କରିବାକୁ ବିରୋଧୀ ଦଳ ସବୁ ଦାବି କରି ହଟ୍ଟଗୋଳ କରିଥିଲେ। ଏହାଛଡ଼ା, ସୀମାନ୍ତରେ ଚୀନ୍‌ର ଅନୁପ୍ରବେଶ ପ୍ରସଙ୍ଗ ମଧ୍ୟ ଉଠାଇବାକୁ ବିରୋଧୀମାନେ ଚାହିଁଥିଲେ। ଅଦାନୀ ଗ୍ରୁପ ଉପରେ ‘ହିଣ୍ଡେନ୍‌ବର୍ଗ’ ରିପୋର୍ଟ ବିଷୟରେ ଆଲୋଚନା କରିବା ଲାଗି ରାଜ୍ୟସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ୍‌ ଖଡ଼ଗେ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ‘ଭାରତ ରାଷ୍ଟ୍ର ସମିତି’ ସଂସଦର ଉଭୟ ଗୃହରେ ପ୍ରସ୍ତାବ ଆଗତ କରିଥିଲା। ଅଦାନୀ ଏଣ୍ଟରପ୍ରାଇଜର୍ସ ମାମଲାରେ ଯୁଗ୍ମ ସଂସଦୀୟ ଦଳ -ଜେପିସି ବା ସୁପ୍ରିମକୋର୍ଟ ତଦାରଖରେ ଯାଞ୍ଚ କରିବା ପାଇଁ ବିରୋଧୀ ଦଳ ଦାବି କରିଛନ୍ତି।

Exit mobile version