Site icon ଆଜିକାଲି

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ଉପରେ କଟକଣା ହଟାଇଲେ ହାଇକୋର୍ଟ

କଟକ : ୨୦୨୧ ଓପିଏସସି ପରୀକ୍ଷା ଫଳ ପ୍ରକାଶ ଉପରୁ କଟକଣା ହଟାଇଛନ୍ତି ହାଇକୋର୍ଟ । ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ଫଳ ପ୍ରକାଶନ ଉପରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କୋର୍ଟଙ୍କ ବିନା ଅନୁମତିରେ ଫଳାଫଳ ପ୍ରକାଶ ନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଫଳରେ ସମଗ୍ର ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ଉପରେ ପରୋକ୍ଷରେ କଟକଣା ରହିଥିଲା। ଏହି ଅନ୍ତରୀଣ ନି‌ର୍ଦ୍ଦେଶରେ ପରିବର୍ତ୍ତନ ପାଇଁ ଅନୁରୋଧ କରି ପ୍ରସଙ୍ଗ ଓପିଏସସି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା । କଟକଣା ଯୋଗୁଁ ଶତାଧିକ ପ୍ରାର୍ଥୀ ପ୍ରଭାବିତ ହେବେ ବୋଲି ଆବେଦନରେ ଉଲ୍ଲେଖ କରିଥିଲା ଓପିଏସସି । ହାଇକୋର୍ଟ ଓପିଏସ୍‌ସି ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ଗୋଟିଏ ପଦବୀ ସଂରକ୍ଷିତ ରଖିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପଦବୀରେ ହାଇକୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ଦିଆଯିବ ନାହିଁ ।

Exit mobile version