Site icon ଆଜିକାଲି

ଓଆରଏଚଡିସି ଦୁର୍ନୀତି : ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସହ ୫ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର : ଓଡ଼ିଶା ଗ୍ରାମୀଣ ଗୃହ ବିକାଶ ନିଗମ (ଓଆରଏଚଡିସି) ଦୁର୍ନୀତିର ଆଉ ଏକ ମାମଲାରେ ରାୟ ଆସିଛି । ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।

ଓଆରଏଚଡିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କ ସମେତ ପୂର୍ଡତଧ ସିଏସ୍ ସ୍ବସ୍ତିରଂଜନ ମହାପାତ୍ର, ରିକଭରି ଆସିଷ୍ଟାଣ୍ଟ ଉମେଶ ସ୍ୱାଇଁ, ମ୍ୟାନେଜିଂ ପାର୍ଟନର ରଶ୍ମି ପଟ୍ଟନାୟକ ଓ ରତନ ସାହୁଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ କାରା ଦଣ୍ଡାଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଏଥିସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ଭାଜି କୋର୍ଟ । ଜରିମାନା ଅନାଦେୟ ଦୋଷୀଙ୍କୁ ଆଉ ୬ ମାସ ଜେଲରେ ରହିବାକୁ ପଡିବ । ଜାଲ କାଗଜପତ୍ରରେ ୩୫ଟି ଡୁପ୍ଲେକ୍ସ କରାଇବା ନାଁରେ ଦୁର୍ନୀତି ମାମଲାରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି।

Exit mobile version