Site icon ଆଜିକାଲି

ଓଡ଼ିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ହଜାର ଟଙ୍କା ପ୍ରଦାନ

କେନ୍ଦୁଝର, କେନ୍ଦୁଝର ଜିଲ୍ଲାର ଧାରଣାରତ ଓଡ଼ିଶା ରାଜସ୍ୱ ଅମଲା ସଂଘର କର୍ମକର୍ତା ମାନେ ବାହାନଗାରେ ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ହଜାର ଟଙ୍କା ପ୍ରଦାନ କରିଛନ୍ତି । ଓଡ଼ିଶା ରାଜସ୍ୱ ଅମଲା ସଂଘର ପ୍ରମୁଖ କର୍ମକର୍ତା ମାନେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଠାକରେ ଙ୍କୁ ଭେଟି ୨୫ ହଜାର ଟଙ୍କା ସମ୍ବଳିତ ଏକ ଚେକ୍ ପ୍ରଦାନ କରିଛନ୍ତି । ଓଡ଼ିଶା ରାଜସ୍ୱ ଅମଲା ସଂଘର ସଭାପତି ଜିତେନ୍ଦ୍ର ମହାପାତ୍ର, ଉପଦେଷ୍ଟା କାମିନିକାନ୍ତ ମହାନ୍ତ, ସଂଗଠନ ସମ୍ପାଦିକା ମିନତୀ ସାହୁ, ମିଡ଼ିଆ ସଂଯୋଜକ ପୀତବାସ ମହାନ୍ତ, ସମ୍ପାଦକ ପ୍ରଭାତେନ୍ଦୁ ନାଏକ, କାର୍ଯ୍ୟକାରିଣୀ ସଦଶ୍ୟ ସତ୍ୟବତୀ ଲାଗୁରି, ମିଳିତ ଅମଲା ମଂଚର ସଭାପତି ସୁରେସଚନ୍ଦ୍ର ରଣା ଉପସ୍ଥିତ ଥିଲେ ।

Exit mobile version