Site icon ଆଜିକାଲି

‘ନାଟୁ-ନାଟୁ’ ଗୀତକୁ ଓସ୍କାର ପୁରସ୍କାର

ନୂଆଦିଲ୍ଲୀ: ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’ର ହିଟ୍ ଗୀତ ‘ନାଟୁ-ନାଟୁ’କୁ ମିଳିଛି ଓସ୍କାର ପୁରସ୍କାର । ‘ବେଷ୍ଟ ଅରିଜିନାଲ ସଙ୍ଗ୍’ ବର୍ଗରେ ଓସ୍କାର ଜିତି ଇତିହାସ ରଚିଛି ନାଟୁ ନାଟୁ ।

ଓସ୍କାର ଜିତିବାରେ ‘ନାଟୁ-ନାଟୁ’ ହେଉଛି ପ୍ରଥମ ଭାରତୀୟ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ଗୀତ। । ଏହି ଗୀତର ସଙ୍ଗୀତକାର ଏମ.ଏମ କିରାବାନୀ ଓ ଗୀତିକାର ଚନ୍ଦ୍ରାବଷ ଓସ୍କାର ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ଘୋଷଣା ହେବା ପୂର୍ବରୁ ନାଟୁ-ନାଟୁ ଗୀତ ମଧ୍ୟ ଓସ୍କାର ମଞ୍ଚରେ ପରିବେଷଣ କରାଯାଇଥିଲା । ନାଟୁ-ନାଟୁ ଚଳିତ ବର୍ଷ ଗୋଲଡେନ୍ ଗ୍ଲୋବ୍ସ ସହ ଅନେକ ସମ୍ମାନଜନକ ପୁରସ୍କାର ଜିତିଥିଲା । ଫଳରେ ଏହାର ଓସ୍କାର ବିଜୟ ସମ୍ଭାବନା ବଢି ଯାଇଥିଲା ।

ନାଟୁ ନାଟୁ ବ୍ୟତୀତ ଭାରତର ‘ଦି ଏଲିଫାଣ୍ଟ ହ୍ବିସପରର୍ସ’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ବର୍ଗରେ ଓସ୍କାର ପୁରସ୍କାର ଜିତିଛି ।‌‌ ଭାରତୀୟ ଡକ୍ୟୁମେଣ୍ଟାରୀ ‘ଅଲ୍ ଦାଟ୍ ବ୍ରିଥସ୍’ ମଧ୍ୟ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ବର୍ଗରେ ଓସ୍କାର ପୁରସ୍କାର ପାଇଁ ନାମାଙ୍କିତ ହୋଇଥିଲା । ତେବେ ଏହା ପୁରସ୍କାରରୁ ବଞ୍ଚିତ ହୋଇଥିଲା ।

Exit mobile version