Site icon ଆଜିକାଲି

ଓଏସଏସସି ପ୍ରଶ୍ନପତ୍ର ପ୍ରଘଟ ମାମଲା : କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ବର ଏସପି ଲେଖିଲେ ଚିଠି

ବାଲେଶ୍ବର : ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଲେଶ୍ବର ଏସପି ସାଗରିକା ନାଥ ଚିଠି ଲେଖିଛନ୍ତି। ମାଷ୍ଟରମାଇଣ୍ଡ ସହ ଓଡ଼ିଶାର ୨ ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଚିଠି ଲେଖିଛନ୍ତି। ମାଷ୍ଟରମାଇଣ୍ଡ ବିଶାଲ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ବିହାର ଏଜିଙ୍କୁ ଚିଠି ଲେଖିଛନ୍ତି। ଗୋବିନ୍ଦ ତ୍ରିପାଠୀଙ୍କ ପାଇଁ କନ୍ଧମାଳ ଓ ସୁଶାନ୍ତ ସାହୁଙ୍କ ପାଇଁ ଯାଜପୁର ଡିଇଓଙ୍କୁ ଚିଠି ଲେଖାଯାଇଛି। ଶିକ୍ଷକ ଥିବା ଗୋବିନ୍ଦ ଓ ସୁଶାନ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରିଛନ୍ତି। ଡିଲରେ ସମ୍ପୃକ୍ତ ୮୮ ପ୍ରର୍ଥୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଓଏସଏସସକୁ ଚିଠି ଲେଖିଥିବାବେଳେ ଭବିଷ୍ୟତରେ ଓଏସଏସସି ସମସ୍ତ ପରୀକ୍ଷାରୁ ନିବୃତ ରଖିବାକୁ ଚିଠି ଲେଖିଛନ୍ତି।

Exit mobile version