Site icon ଆଜିକାଲି

୯ଦଫା ଦାବୀ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ କେନ୍ଦୁଝର ଓଷ୍ଟା ର କର୍ମକର୍ତ୍ତା

କେନ୍ଦୁଝର, ଶନିବାର ଦିନ ୯ଦଫା ଦାବୀ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିବା ସହିତ ବିଭିନ୍ନ ପ୍ଲାକ କାର୍ଡ ଧରି ସ୍ଲୋଗାନ ଦେଲେ କେନ୍ଦୁଝର ଜିଲ୍ଲା ଶାଖା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର କର୍ମକର୍ତ୍ତାମାନେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ରଘୁନାଥ ବେହେରା ଙ୍କ ସଭାପତିତ୍ଵରେ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ପ୍ରାକ୍ତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ଭିକାରୀ ସାହୁ, ପ୍ରାକ୍ତନ ସମ୍ପାଦକ କାହ୍ନୁ ଚରଣ ସାମଲ,ରାଜ୍ୟ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଜ୍ଞାନେନ୍ଦ୍ର ଦେଓ, ଜିଲ୍ଲା ଉପସଭାପତି ପୁଷ୍ପାଞ୍ଜଳୀ ମିଶ୍ର,ମନ୍ମଥ ମହାନ୍ତ, ଇସି ମେମ୍ବର ପୂର୍ଣ୍ଣଚନ୍ଦ୍ର ବେହେରା, ଶିବାନନ୍ଦ ସାହୁ, ମୁରଲୀଧର ମହାକୁଡ,ବ୍ଳକ ସମ୍ପାଦକ ରବିନାରାୟଣ ସାହୁ, ସଂଜୟ ସାହୁ, ଶିଶିର ବିଶ୍ୱାଳ,ଶୁଶାନ୍ତ ବେହେରା, ଜଗବନ୍ଧୁ ମହାନ୍ତ, ଦିନମଣୀ ମହାନ୍ତ ଚିତ୍ତ ରଞ୍ଜନ ମିଶ୍ର ଆଦି ବିକ୍ଷୋଭର ନେତୃତ୍ୱ ନେଇଥିଲେ। ଦାବୀ ଗୁଡିକ ମଧ୍ୟରେ ଯୋଗ୍ୟବିବେଚିତ ସମସ୍ତ ସ୍କୁଲ ଗୁଡ଼ିକୁ ତୁରନ୍ତ ଅନୁଦାନପ୍ରଦାନ,୨୨୬ ଓ ୩୯୯ ବିଦ୍ୟାଳୟଗୁଡିକୁ ସପ୍ତମ ବେତନ ତୁରନ୍ତ ପ୍ରଦାନ, ବ୍ଳକ ଗ୍ରାଣ୍ଟ ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ ପ୍ରଦାନ ଓ ଚାକିରି ସର୍ତ୍ତାବଳୀ ପ୍ରଦାନ,ଅବସର ବୟସ ୬୦ ରୁ ୬୨ କୁ ବୃଦ୍ଧି,ହିନ୍ଦୀ,ସଂସ୍କୃତ ଓ ପିଇଟି ଶିକ୍ଷକଙ୍କ ଗ୍ରେଡ ପେ ସଂଶୋଧନ,ଚୁକ୍ତି ଭିତ୍ତିକ ଶିକ୍ଷକ ଓ କର୍ମଚାରୀମାନଙ୍କ ୬ ବର୍ଷ କର୍ଯ୍ୟକାଳ କୁ ବରିଷ୍ଠତା ଭିତରେ ବିଚାର କରିବା,କିରାଣୀ ମାନଙ୍କ ଗ୍ରେଡ ପେ ସଂଶୋଧନ,ଅନୁକମ୍ପାମୂଳକ ନିଯୁକ୍ତି ପୁନଃ ପ୍ରଚଳନ,ଚୁକ୍ତିଭିତ୍ତିକ ସମସ୍ତ ବିଭାଗର କର୍ମଚାରୀମାନଙ୍କୁ ପୁରୁଣା ପେନସନ ଲାଗୁ କରିବା ରହିଛି।

Exit mobile version