Site icon ଆଜିକାଲି

ଓଟିଇଟି -୨୦୨୨ ଫଳ ପ୍ରକାଶ

ଭୁବନେଶ୍ୱର : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ( ଓଟିଇଟି ) ୨୦୨୨ର ଫଳ ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ -ବିଏସଇର ୱେବସାଇଟ-www.bseodisha.ac.in ରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ ।

ସୂଚନାଯୋଗ୍ୟ ଯେ, ଥରେ ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ – ଓଟିଇଟିରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ପୂର୍ବରୁ ଓଟିଇଟିର ବୈଧତା ୭ ବର୍ଷ ଥିବାବେଳେ ରାଜ୍ୟ ସରକାର ଏହାକୁ ଲାଇଫ ଟାଇମ ପାଇଁ ବଢ଼ାଇ ଦେଇଛନ୍ତି । ଯେଉଁ ପ୍ରାର୍ଥୀ ଥରେ ଓଟିଇଟିରେ ସଫଳ ହେବେ ସେ ଶିକ୍ଷକତା ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

Exit mobile version