Site icon ଆଜିକାଲି

ଓଟିଇଟି ଉତ୍ତର ସିଟ୍‌ ଭାଇରାଲ ଘଟଣା, ବାତିଲ ହେଲା ପରୀକ୍ଷା

ମାଲକାନଗିରି : ପରୀକ୍ଷା ପୂର୍ବରୁ ଉତ୍ତର ସିଟ ଭାଇରାଲ ଘଟଣା । ମାଲକାନଗିରି ଜିଲାର ୩ଟି ସେଣ୍ଟରରେ ହେଉଥିବା ପରୀକ୍ଷା ବାତିଲ ହୋଇଛି । ପୁନଃ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ଅଗଷ୍ଟ ୨୯ ତାରିଖରେ ମାଲକାନଗିରି ସଦର ମହକୁମାର ତିନୋଟି ପରୀକ୍ଷା ସେଣ୍ଟରରେ ପ୍ରଶ୍ନପତ୍ର ଲିକ ହୋଇଥିଲା । ମାଲକାନଗିରି ସଦର ମହକୁମାରେ ଥିବା ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୋଟ ୮୭୭ ଜଣ ଓଟିଇଟି ପରୀକ୍ଷା ଦେଇଥିଲେ । ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାହାରେ ଲିକ୍ ହୋଇଯାଇଥିଲା । ଯାହା ସମଗ୍ର ଅଞ୍ଚଳରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପରୀକ୍ଷା ପ୍ରଶ୍ନର ଉତ୍ତର ୫ ହଜାର ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଥିଲା ।

Exit mobile version