Site icon ଆଜିକାଲି

ଜୁଲାଇ ୧ରେ ଓଟିଇଟି, ବିଭିନ୍ନ ଜିଲ୍ଲାରେ ୩୦୭ ପରୀକ୍ଷାକେନ୍ଦ୍ର

ଭୁବନେଶ୍ୱର : ଜୁଲାଇ ୧ ତାରିଖରେ ଓଡ଼ିଶା ଶିକ୍ଷା ଯୋଗ୍ୟତା ପରୀକ୍ଷା (ଓଟିଇଟି) ଅନୁଷ୍ଠିତ ହେବ । ଦୁଇଟି ବର୍ଗରେ ହେଉଥିବା ପରୀକ୍ଷା ଗୋଟିଏ ଦିନରେ ଦୁଇଟି ସିଟିଂରେ ହେବ ।

ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଥିବା ଓଟିଇଟି ପାଇଁ ରାଜ୍ୟରେ ଦେଢ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ଏଥିପାଇଁ ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍ ରେ ୩୦୭ଟି କେନ୍ଦ୍ର କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ୩୬ଟି ସ୍କ୍ବାଡ୍ ଗଠନ କରାଯାଇଛି । ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟ୍ ରୁ ସେମାନଙ୍କ ଆଡମିଟ୍ କାର୍ଡ ଡେଉନଲୋଡ୍ କରିପାରିବେ ।

Exit mobile version