Site icon ଆଜିକାଲି

ଓଟିପି ସେୟାର ସ୍କାମ : ଆଉ ଜଣଙ୍କୁ ବାନ୍ଧିଲା ଏସଟିଏଫ

ଭୁବନେଶ୍ବର : ବହୁଚର୍ଚ୍ଚିତ ଓଟିପି ସେୟାର ସ୍କାମରେ ଆଉ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭକୁ ଓଟିପି ସେୟାର ସ୍କାମ୍‌ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହି ମାମଲାରେ ନୟାଗଡ଼ ନୂଆଗାଁ ଥାନା ଅଞ୍ଚଳର ପ୍ରଦ୍ୟୁମ୍ନ ସାହୁକୁ ଗିରଫ କରିଛି ଓଡ଼ିଶା ପୋଲିସ ଏସଟିଏଫ।

୫୦୦ରୁ ଅଧିକ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ମୁଖ୍ୟ ଅଭିଯୁକ୍ତ ପଠାଣୀଙ୍କୁ ବିକିଥିଲା ପ୍ରଦ୍ୟୁମ୍ନ । ସେ ୧୫୦ରୁ ଅଧିକ ପ୍ରି-ଆକ୍ଟିଭେଟେଡ୍‌ ପେଟିଏମ୍ ୱାଲେଟ ମଧ୍ୟ ବିକିଥିଲା । ସିମ୍ ଏବଂ ୱାଲେଟ ପାକିସ୍ତାନର ସାଇବର ଅପରାଧୀଙ୍କୁ ମିଳିଥିଲା । ପୂର୍ବରୁ ଏହି ମାମଲାରେ ପଠାଣୀଙ୍କ ସମେତ ୩ଜଣଙ୍କୁ ବାନ୍ଧି ଖୋଳତାଡ଼ କରୁଥିଲା ପୋଲିସ।

Exit mobile version