Site icon ଆଜିକାଲି

ଓଟିପି ସେୟାରିଂ ସ୍କାମର ଖୁଲାସା, ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର : ଏକ ବଡ଼ ଧରଣର ଓଟିପି ସେୟାରିଂ ସ୍କାମର ଖୁଲାସା ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ନୟାଗଡ଼ର ପଠାଣୀ ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ଏଟିଏମ୍ କାର୍ଡ ଓ ୨୩ଟି ସିମ୍ କଭର ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ଓଟିପି ସେୟାରିଂ ସ୍କାମ ନେଇ ଅନେକ ପ୍ରଶ୍ନ ପଚାରିଥିଲା ଏସଟିଏଫ୍ । ସନ୍ତୋଷ ଜନକ ଉତ୍ତର ଦେଇନପାରିବାରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । କିଛି ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ଓ ଆଇଏସଆଇ ଏଜେଣ୍ଟଙ୍କୁ ଲିଙ୍କ ଜେନେରେଟ କରି ଅଭିଯୁକ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟ ମୋଟା ଅଙ୍କର ଅର୍ଥ ଦେଉଥିଲେ । ଗତ ବର୍ଷ ରାଜସ୍ଥାନରେ ହନିଟ୍ରାପ ମାମଲାରେ ଧରାପଡ଼ିଥିବା ମହିଳା ପିଆଇଓ ଏଜେଣ୍ଟଙ୍କ ଶହ ଗିରଫ ୩ ଅଭିଯୁକ୍ତ ଯୋଗାଯୋଗରେ ଥିଲେ । ସୋସିଆଲ ମିଡିଆ ପ୍ଳାଟଫର୍ମ, ହ୍ୱାଟ୍ସଆପ, ଟେଲିଗ୍ରାମ, ଇନଷ୍ଟା ଗ୍ରାମରେ ବିଭିନ୍ନ ଆକାଉଣ୍ଟ କରି ପାକିସ୍ତାନୀ ଏଜେଣ୍ଟଙ୍କୁ ଲିଙ୍କ ସେୟାର କରିଥିବା ଅଭିଯୋଗ ହୋଇଛି।

Exit mobile version