Site icon ଆଜିକାଲି

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ, ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର : ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ଆହତ ଯୁବକ ମେଡିକାଲରେ ଭର୍ତ୍ତି । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆହତ ଯୁବକ ଜଣଙ୍କ ହେଲେ ଧର୍ମନଗର ଅଞ୍ଚଳର ବଳରାମ ସାହୁ ।

ସୂଚନାଯୋଗ୍ୟ ଯେ, ବଳରାମ ସୋମବାର ମନ୍ଦିର ଯାଇ ଫେରୁଥିବା ବେଳେ ସଂଘବଦ୍ଧ ଭାବେ ୩ ରୁ ୪ ଜଣ ଯୁବକ ରାସ୍ତା ଅଟକାଇ ଖଣ୍ଡାରେ ଆକ୍ରମଣ କରିଥିଲେ । ବଳରାମଙ୍କ ମୁଣ୍ଡକୁ, ହାତକୁ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ବଳରାମ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ପ୍ରଥମେ ବେସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ପରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ବଳରାମଙ୍କ ଇନ୍ଦିରା ବଡ଼ ବଜାର ଥାନାରେ ଆକ୍ରମଣକାରୀ ବିରୋଧରେ ଏତଲା ଦାଏର କରିଛନ୍ତି । ଘଟଣାସ୍ଥଳରେ ବଡ଼ ବଜାର ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

Exit mobile version