Site icon ଆଜିକାଲି

ବାହାର ନେତାମାନେ ମୋତେ ଅଭଦ୍ର ବ୍ୟବହାର କରୁଛନ୍ତି, ଓଡ଼ିଶା ଲୋକେ ଜବାବ ଦେବେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବିରୋଧୀ ନେତାମାନେ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରୁଛନ୍ତି । ବ୍ୟକ୍ତିଗତ ଭାବେ କଟୁ କଥା କହୁଛନ୍ତି । କିନ୍ତୁ ସେ କାହାକୁ ଅସମ୍ମାନ କରନ୍ତି ନାହିଁ ବୋଲି ଭିଡିଓ ଜାରି କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ କହିଛନ୍ତି ଯେ, ସାଢେ ୪ କୋଟି ଓଡିଶାବାସୀଙ୍କୁ ସେ ପରିବାର ଭାବି ସେବା କରିଆସୁଛନ୍ତି । ସୁଖଦୁଃଖରେ ସେ ସବୁବେଳେ ସେମାନଙ୍କ ସହ ଅଛନ୍ତି । କୋଭିଡ ମୁକାବିଲା ହେଉ କି ବନା, ବାତ୍ୟାହେଉ ସବୁଥିରେ ସେ ସେମାନଙ୍କ ସହ ଛିଡା ହୋଇଛନ୍ତି ଓ ଶେଷ ଯାଏଁ ଛିଡା ହୋଇଥିବେ ।

ମିଶନ ଶକ୍ତି ମା’ମାନଙ୍କ ସଫଳତା ତାଙ୍କୁ ବହୁତ ଖୁସି ଦେଇଛି । ଆମ ରାଜ୍ୟର ଯୁବପୀଢି ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି । ଯୁବ ଶକ୍ତି ହିଁ ଓଡିଶାକୁ ଆଗକୁ ନେବ ଓ ଓଡିିଶାକୁ ନମ୍ବର ୱାନ କରିବେ । ହେଲେ ଦୁଃଖର କଥା ବାହାର ନେତାମାନେ ଆସି ତାଙ୍କୁ ବ୍ୟକ୍ତିଗତ ଭାବେ କଟୁକଥା କହୁଛନ୍ତି । ଅଭଦ୍ର ବ୍ୟବହାର କରୁଛନ୍ତି । ଆପଣମାନେ ଭଲଭାବେ ଜାଣିଛନ୍ତି ମୁଁ କାହାକୁ କେବେ ଅସମ୍ମାନ କରେ ନାହିଁ କି କଟୁକଥା କହେନାହିଁ । ମୋ’ ରାଜ୍ୟର ମା’ମାନେ ଓ ଯୁବ ବନ୍ଧୁମାନେ ମୋ’ ପ୍ରତି ହେଉଥିବା ଏ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ । ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଓଡିଶା ଉପରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version