Site icon ଆଜିକାଲି

ବାଲେଶ୍ବର ରେଲୱେ ଷ୍ଟେସନ ରୋଡ଼ରୁ ୧ କୋଟିରୁ ଉର୍ଦ୍ଧ୍ଵ ଟଙ୍କର ଧଳା ଜହର ଜବତ, ୪ ଗିରଫ

ବାଲେଶ୍ୱର : ଏସଟିଏଫ ( ସ୍ପେଶାଲ ଟାସ୍କ ଫୋର୍ସ) ଭୁବନେଶ୍ୱରର ଏକ ଟିମ, ଗତ ରବିବାର ସନ୍ଧ୍ୟାରେ ବାଲେଶ୍ବର ରେଲୱେ ଷ୍ଟେସନ ରୋଡ଼ରେ ଚଢ଼ାଉ କରି ୧କେଜି ୧୦୦ ଗ୍ରାମର ବ୍ରାଉନସୁଗର ଜବତ କରିବା ସହିତ ୪ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ଜବତ ହେଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ଗିରଫ ଅଭିଯୁକ୍ତ ଚାରି ଜଣଙ୍କ ଘର ଟାଉନ ଥାନା ଅନ୍ତର୍ଗତ ବାଲୁବଜାର ଓ ପାତ୍ରପଡା ଅଞ୍ଚଳରେ ହେଇଥିବା ଜଣାଯାଇଛି।ଏସଟିଏଫ ଦ୍ୱାରା ଗିରଫ ହେଇଥିବା ବାଲୁବଜାର ଅଞ୍ଚଳର ସେକ ମାଟି ପୁଅ ସେକ ଫାୟାଜ, ସ୍ବର୍ଗତ ସେକ ମନୁ ପୁଅ ସେକ ସାମସେଦ, ସ୍ବର୍ଗତ ସେକ ମେହେମୁଦ ପୁଅ ସେକ ମୁରାଦ ଏବଂ ପାତ୍ରପଡା ଅଞ୍ଚଳର ସ୍ବର୍ଗତ ଭବେଶ ନାୟକଙ୍କ ପୁଅ ସନ୍ଦୀପ ନାୟକ।ଏହି ଚାରି ଜଣ ଅଭିଯୁକ୍ତଙ୍କୁ ଏସଟିଏଫ ଥାନା କେଶନଂ-୧୬/୨୩,ୟୁ/ଏସ ୨୧(ସି)/୨୯ ଅଫ ଏନଡିପିଏସ ଆକ୍ଟ-୧୯୮୫ମୂଳେ ଗିରଫ ପୂର୍ବକ କୋର୍ଟ ଚାଲାଣ କରିଛି ଏସଟିଏଫ ପୋଲିସ।

Exit mobile version