Site icon ଆଜିକାଲି

ଓଲଟିଲା ବରଯାତ୍ରୀ ଗାଡ଼ି : ୨ ମୃତ, ୧୨ ଗୁରୁତର

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ନିକଟ କାଳିଆଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୨୬ନଂ ଜାତୀୟ ରାଜପଥ ଚାଲାନ ଗୁଡ଼ା ସ୍ଥିତ ଭାରତ ମାଳା ଓଭର ବ୍ରିଜ୍ କୁ ବରଯାତ୍ରୀ ଗାଡ଼ିଟି ଧକ୍କା ଦେଇ ଓଲଟି ପଡ଼ିଥିଲା । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ବୋରିଗୁମ୍ମା ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗାଡି ଭିତରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।

ଗାଡିରେ ଥିବା ବର ସମେତ ୧୨ଜଣକୁ ଆମ୍ବୁଲାନ୍ସ ଯୋଗେ ବୋରିଗୁମ୍ମା ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ବୋରିଗୁମ୍ମା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବରଯାତ୍ରୀ ଟାଟା ସଵାରୀ ଗାଡିଟି ନାରାୟଣ ପାଟଣାଠାରୁ ଉମରକୋଟ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Exit mobile version