Site icon ଆଜିକାଲି

ଓଲଟିଲା ଯାତ୍ରୀବାହୀ ଅଟୋ, ୭ ଗୁରୁତର

ମୋହନା : ଗଜପତି ଜିଲା ମୋହନା ଥାନା ଲିଲିଗଦ ଲେଡବନ୍ଧ ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଦୁର୍ଘଟଣାରେ ୭ଜଣ ଗୁରୁତର । ଖବରପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଯେ, ଅଟୋଟି କିଛି ଯାତ୍ରୀଙ୍କୁ ନେଇ ଲୁହାଗୁଡ଼ିରୁ ମୋହନା ଆସୁଥିଲା । ହେଲେ ଲେଡବନ୍ଧ ଘାଟିରେ ଅଟୋଟିର ପଛ ଚକା ଫାଟିଯିବା ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା l ତେବେ ଏହି ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୪ ମହିଳା ଓ ୩ ପୁରୁଷ ଯାତ୍ରୀ ଅଛନ୍ତି l ସମସ୍ତଙ୍କୁ ଉଦ୍ଧାର କରାଯାଇ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି ।

Exit mobile version