Site icon ଆଜିକାଲି

ଓଲଟିଲା ଯାତ୍ରୀବାହୀ ଅଟୋ : ଜଣେ ମୃତ, ୪ ଆହତ

ଭଦ୍ରକ : ଭଦ୍ରକ ଧାମନଗର ଅନ୍ତର୍ଗତ ଶିବବିନ୍ଧାରେ ଓଲଟିଲା ଅଟୋ । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଭଦ୍ରକରୁ ଏକ ଯାତ୍ରୀବାହୀ ଅଟୋ ଧାମନଗର ଆସୁଥିଲା । ଅଟୋରେ ୫ ଜଣ ଯାତ୍ରୀ ଥିଲେ । ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଦୁର୍ଘଟଣା ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୁଲିସ ଗୁରୁତରମାନଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି । ସମସ୍ତ ମୃତାହତ ଧାମନଗରର ବୋଲି ସୂଚନା ମିଳିଛି ।

Exit mobile version