Site icon ଆଜିକାଲି

ପଦ୍ମପୁର ଉପ ନିର୍ବାଚନ: ଫର୍ମନେଲେ ଜଣେ ସ୍ବାଧୀନ ପ୍ରାର୍ଥୀ

ବରଗଡ଼ : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧିବଦ୍ଧ ଭାବରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଚାଲିବ । ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବର୍ତ୍ତମାନ ସୁଦ୍ଧା କୌଣସି ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଅନ୍ୟପଟେ ସ୍ଵାଧୀନ ପ୍ରାର୍ଥୀ ଭାବେ ଜୟନ୍ତ ଥାପା ନାମକ ବ୍ୟକ୍ତି ପ୍ରଥମେ ନିଜର ପ୍ରାର୍ଥୀପତ୍ର ଦାଖଲ ପାଇଁ ଫର୍ମ କ୍ରୟ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ନଭେମ୍ବର ୧୭ ଥିବାବେଳେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ସେନେଇ ସଭିଙ୍କ ନଜର ।

ଅକ୍ଟୋବର ୩ ତାରିଖରେ ପଦ୍ମପୁର ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ, ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଡିସେମ୍ବର ୫ ତାରିଖରେ ନିର୍ବାଚନ ହେବ ଓ ୮ ତାରିଖରେ ଫଳ ପ୍ରକାଶ ପାଇବ । ସେହିପରି ୧୮ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଧାମନଗର ଉପନିବାର୍ଚନରରେ ବିଜେପିର ବିଜୟ ପରେ ପଦ୍ମପୁର ଉପନିବାର୍ଚନ ପାଇଁ ଅଙ୍କକଷା ଆରମ୍ଭ ହୋଇଯାଇଛି ।

Exit mobile version