Site icon ଆଜିକାଲି

ପଦ୍ମପୁର ଉପ-ନିର୍ବାଚନ : ଜିଲା ପ୍ରଶାସନ ପକ୍ଷରୁ ଯାଞ୍ଚ୍ ଓ ଧରପଗଡ


ବରଗଡ଼ : ପଦ୍ମପୁର ଉପ-ନିର୍ବାଚନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଯାଞ୍ଚ୍ ଓ ଧରପଗଡ ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଛି। ( ଏସଏସଟି) ଷ୍ଟାଟିଷ୍ଟିକ ସର୍ଭିଲାନ୍ସ ଟିମ୍ ପକ୍ଷରୁ ଯାନବାହାନ ଯାଞ୍ଚ୍ ଝାରବନ୍ଧ ବ୍ଳକ ଓ ନୂଆପଡା ଜିଲା ସୀମାନ୍ତରେ କରାଯାଉଥିଲା। ସେହିପରି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦ୍ବାରା ୩୨ଟି ସ୍ଥାନରେ ଲଗାଯାଇଥିବା ପୋଷ୍ଟର, ବ୍ୟାନର ହଟାଯାଇଥିଲା।

ଜିଲା ଅବକାରୀ ବିଭାଗ ପକ୍ଷରୁ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଏଥିରେ ୫୯୯ଲି ମଦ, ୨୩୪୬ ଲିଟର ମଦ ପ୍ରସ୍ତୁତି ପାଇଁ ଥିବା ମହୁଲ ପୋଚ,୨୩.୪୧ ଲିଟର ବିଦେଶୀ ମଦ,୪୨.୫୫ଲିଟର ବିୟର, ୫.୪୦କେଜି ଗଞ୍ଜେଇ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୪,୮୯,୬୪୬ ଟଙ୍କା ବୋଲି ଆକଳନ କରାଯାଇଛି। ବିଭାଗ ପକ୍ଷରୁ ୧୭ଟି ମାମଲା ରୁଜୁ କରାଯାଇ ୧୨ ଜଣକୁ ଗିରଫ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Exit mobile version