Site icon ଆଜିକାଲି

ଡିସେମ୍ବର ୫ରେ ପଦ୍ମପୁର ଉପ-ନିର୍ବାଚନ

ଭୁବନେଶ୍ୱର : ପଦ୍ମପୁର ବିଧାନସଭା ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । ପଦ୍ମପୁର ଉପ-ନିର୍ବାଚନ ଲାଗି ଭୋଟ୍ ଗ୍ରହଣର ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନର । ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ମତଦାନ ।

ଡିସେମ୍ବର ୫ରେ ପଦ୍ମପୁର ଉପ-ନିର୍ବାଚନ ହେବାକୁ ଯାଉଛି । ଏଥିଲାଗି ନଭେମ୍ବର ୧୦ରେ ପ୍ରକାଶ ପାଇଁ ବିଧିବଦ୍ଧ ବିଜ୍ଞପ୍ତି । ନଭେମ୍ବର ୧୦ ତାରିଖରୁ ୧୭ତାରିଖ ଯାଏଁ ଚାଲିବ ନୋମିନେସନ୍ । ଏହାପରେ ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ । ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ହୋଇଥିବା ବେଳେ ସେହି ଦିନ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ତେବେ ପ୍ରାର୍ଥୀ ଚୟନ ପରେ ୨୧ତାରିଖରୁ ୩ ତାରିଖ ଯାଏ ପ୍ରଚାର ଚାଲିବ । ଲୋକଙ୍କ ନିକଟକୁ ଯାଇ ଭୋଟ ହାତେଇବାକୁ ପ୍ରୟାସ କରିବେ ନେତା ମନ୍ତ୍ରୀ । ପରେ ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ।

ସୂଚନା ଯେ, ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ତାରିଖରେ ପରଲୋକ ହେବା ପରେ ଓଡ଼ିଶା ବିଧାନସଭାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ବିଜ୍ଞପ୍ତି ଜାରି କରିଥିଲେ। ଏହା ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଥିଲା।

Exit mobile version