Site icon ଆଜିକାଲି

ପଦ୍ମପୁର ଉପ-ନିର୍ବାଚନ: ଆରମ୍ଭ ହେଲା ପୋଷ୍ଟାଲ ବାଲାଟ୍‌ ଭୋଟ୍ ଗ୍ରହଣ

ବରଗଡ଼ : ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ପାଇଁ ଗୁରୁବାର ଠାରୁ ପ୍ରଥମ ଥର ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୧ ଟି ମାଇକ୍ରୋ ଅବଜର୍ଭର ଟିମ ଗଠନ କରାଯାଇ ପୁଲିଙ୍ଗ ଅପିସରଙ୍କ ମାଧ୍ୟମରେ ଗାଁ କୁ ଗାଁ ଯାଇ ୮୦ ବର୍ଷ ଏବଂ ଅଧିକ ବର୍ଷୀୟ ଭୋଟରମାନଙ୍କ ଠାରେ ପହଂଚି ବାଲାଟ ମାଧ୍ୟମରେ ଭୋଟ ଗ୍ରହଣ କରାଯାଇଛି। ଏହି ଭୋଟ ଆସନ୍ତା ଡିସେମ୍ୱର ୮ରେ ଗଣତି ପ୍ରକ୍ରିୟାରେ ସାମିଲ ହୋଇ ସମସ୍ତ ଭୋଟ ଗଣତି ହେବା ଫରେ ଫଳାଫଳ ଘୋଷଣା ହେବ ବୋଲି କୁହାଯାଇଛି।

Exit mobile version