Site icon ଆଜିକାଲି

ସମୂହ ଛୁଟିରେ ଯିବେ ପଦ୍ମପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଅଧିନରେଥିବା ଫାର୍ମାଶିଷ୍ଟ

କେନ୍ଦୁଝର,୭ା୪(ନି.ପ୍ର):ଓଡିଶା ଫାର୍ମାଶିଷ୍ଟ ସେବା ସଂଘ ଓ କେନ୍ଦୁଝର ଜିଲ୍ଲା ସଂଘର ଆହ୍ବନ କ୍ରମେ ୫ଦଫା ଦାବି ନେଇ ଆସନ୍ତା ଅପ୍ରେଲ ୧୭ ତାରିଖରୁ ପଦ୍ମପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଅଧିନରେଥିବା ଫାର୍ମାଶିଷ୍ଟମାନେ ସମୂହ ଛୁଟିରେ ଯିବା କୁ ଚେତାବନୀ ଦେଇଛନ୍ତି । ଏଥିପାଇଁ ପଦ୍ମପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଫାର୍ମାଶିଷ୍ଟମାନେ । ସରକାର ଙ୍କୁ ସେମାନଙ୍କ ବିଭିନ୍ନ ଦାବି ପୂରଣପାଇଁ ନିବେଦନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟା ର ସମାଧାନ ହୋଇ ପାରିନଥବାବେଳେ ସବୁ ପ୍ରକାର ଉଦ୍ୟମ ବିଫଳ ହୋଇଛି। ଫାର୍ମାସିଷ୍ଟ ମାନଙ୍କର ମୂଳ ଦରମା ଗ୍ରେଡ଼ ପେ ୨୮୦୦ ଟଙ୍କା କୁ ବୃଦ୍ଧି ଏବଂ ୨ବର୍ଷ ଚାକିରୀ ପରେ ସମୟାନୁକ୍ରମେ ସମସ୍ତଙ୍କୁ ଗ୍ରେଡ଼ ପେ ୪୨୦୦ ଟଙ୍କା ପ୍ରଦାନ। ଫାର୍ମାସିଷ୍ଟ ପଦବୀ କୁ ଫାର୍ମାସିଷ୍ଟ ଅଫିସର ନାମକରଣ, ୨୦୧୩ ପୂର୍ବରୁ ଠିକା ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟ ମାନଙ୍କୁ କାର୍ଯ୍ୟାଳୟର ବାରିଷ୍ଠତା ଓ ଆର୍ଥିକ ସୁବିଧା ନିଶ୍ଚିତକରଣ ୨୦, ୦୪, ୨୦୨୨ ରିଖରେ ପ୍ରକାଶିତ ଥିବା ସଂଶୋଧିତ ଫାର୍ମାସିଷ୍ଟ କ୍ୟାଡର ୦୧,୦୧,୨୦୧୬ ପରିବର୍ତେ ୨୪, ୦୮, ୨୦୧୩ ରୁ କାର୍ଯ୍ୟକାରୀ କରାଯାଇ ତୁରନ୍ତ ପଦୋନ୍ନତି ଦିଆଯାଉ । ୨୦୧୩ ପୂର୍ବରୁ ଠିକା ନିଯୁକ୍ତି ପାଇ କାର୍ଯ୍ୟକରିଥିବା ସମସ୍ତ ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟକାଳକୁ ବରିଷ୍ଠତା ନିମନ୍ତେ ବିବେଚନା କରାଯିବା ସହ ଆର୍ଥିକ ସୁବିଧା ନିଶ୍ଚିତ କରିବା । ଏମ୍.ଏଚ୍ .ୟୁ,
ଆର୍.ବି.ଏସ୍.କେ ଅଧୀନରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟ ମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ର ଖାଲି ସ୍ଥାନରେ ନିୟମିତ ନିଯୁକ୍ତି ଦିଆଯିବା ପାଇଁ ଦାବି ହୋଇଛି। ପଦ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ର ପ୍ରିତିମୟୀ ଶ୍ରୀଚନ୍ଦନ,ନନ୍ଦିନୀ ପାତ୍ର,ରାଇସୁଆଁ ସ୍ୱାସ୍ଥ୍ୟ କେନ୍ଦ୍ର ର ପ୍ରଦୀପ ମହାନ୍ତି,ଜଗନ୍ନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ର ର ସଞ୍ଜୟ କୁମାର ସାହୁ,ମଇଦାନକେଲ ସ୍ୱାସ୍ଥ୍ୟ କେନ୍ଦ୍ର ର ବିଜୟ କୁମାର ବେହେରା,ବରଦାପାଳ ର ବ୍ରଜସୁନ୍ଦର ସାହୁ ସମେତ ସମସ୍ତ ଫାର୍ମାସିଷ୍ଟ ସମୂହ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ାକ୍ତର ଶିବ ଚରଣ ବାଗ୍ ଙ୍କୁ ଦାବିପତ୍ର ଦେଇଥିଲେ।

Exit mobile version