Site icon ଆଜିକାଲି

ବର୍ଷେ ମଧ୍ୟରେ ପଦ୍ମପୁରକୁ ମିଳିବ ଜିଲା ମାନ୍ୟତା : ମୁଖ୍ୟମନ୍ତ୍ରୀ

ଝାରବନ୍ଧ : ପ୍ରତିଶ୍ରୁତି ପୂରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷେ ମଧ୍ୟରେ ପଦ୍ମପୁରକୁ ମିଳିବ ନୂଆ ଜିଲାର ମାନ୍ୟତା। ଜିଲାବାସୀଙ୍କୁ ଗତ ନିର୍ବାଚନରେ ଦେଇଥିବା ପୂର୍ବ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଉପ-ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ପଦ୍ମପୁର ଆସିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସବୁଠି ନବୀନଙ୍କ ଜୟ ଜୟ ଧ୍ୱନି ଶୁଣିବାକୁ ମିଳୁଛି।

ରବିବାର ବରଗଡ଼ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଝାରବନ୍ଧ କାର୍ଯ୍ୟକ୍ରମ ସ୍ଥଳରେ ଯୋଗ ଦେଇଥିଲେ। ଝାରବନ୍ଧା ସଭାସ୍ଥଳରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି ବର୍ଷକ ମଧ୍ୟରେ ପଦ୍ମପୁର ଜିଲା ଘୋଷଣା ହେବ ବୋଲି କହିଥିଲେ। ଏହାସହ ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ସେ ଘୋଷଣା କରିଛନ୍ତି। ଏହା ସହିତ ପଦ୍ମପୁରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

Exit mobile version