Site icon ଆଜିକାଲି

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, କଟକ ଏସସିବି ମେଡିକାଲରେ ଭର୍ତ୍ତି

କଟକ: ପଦ୍ମଶ୍ରୀ କମଳା ପୂଜାରୀ ଏସସିବି ରେ ଭର୍ତ୍ତି । ହଠାତ୍ ଅସୁସ୍ଥତା ପାଇଁ ତାଙ୍କୁ ପ୍ରଥମେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟରେ ଅବନତି ଘଟିବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ନିଉ ମେଡ଼ିସିନ ଆଇସିୟୁରେ ଡାକ୍ତର ଜୟନ୍ତ ପଣ୍ଡାଙ୍କ ତତ୍ବାବଧାନରେ ଚିକିତ୍ସିତ ହେଉଛନ୍ତି କମଳା ପୂଜାରୀ। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରୁଛନ୍ତି । ପଦ୍ମଶ୍ରୀ କମଳା ପୂଜାରୀ କିଡନୀ ରୋଗରେ ପୂଡ଼ିତ ଅଛନ୍ତି । ଅଲଟ୍ରା ସାଉଣ୍ଡ ସମେତ ତାଙ୍କର ଅନ୍ୟାନ୍ୟ ପରୀକ୍ଷା କରାଯାଇଛି ।

ଅନ୍ଯ ପକ୍ଷରେ କମଳା ପୂଜାରୀଙ୍କ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି କଟକ ମେୟର ସୁବାସ ସିଂ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କର ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମେୟର ସୂଚନା ଦେଇଛନ୍ତି ।

Exit mobile version