Site icon ଆଜିକାଲି

ସୁଧୁରୁଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା

କଟକ : ଏସ୍‌ସିବି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ମଙ୍ଗଳବାର ଉଚ୍ଚ ରକ୍ତଚାପ, ମୂତ୍ର ସଂକ୍ରମଣ ଓ ଜ୍ୱର ଲକ୍ଷଣ ରହିଥିବାବେଳେ ବୁଧବାର ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ଡା. ଜୟନ୍ତ ପଣ୍ଡାଙ୍କ ସୂଚନା ଅନୁଯାୟୀ କମଳାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ତାଙ୍କର ସିଟି ସ୍କାନ କରାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା ଆରମ୍ଭ ହେବ । ସୂଚନାଥାଉକି ଅସୁସ୍ଥ ହୋଇ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ମେଡିକାଲରେ ତାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଚିକିତ୍ସା ଜାରି ରହିଛି।

Exit mobile version