ପୁରୀ : ଆଜି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା। ଏହି ପରିପ୍ରେକ୍ଷୀରେ ୨୫୦ ନଡିଆରେ ରଥଯାତ୍ରାର ବାଲୁକାକଳା। ଏହି କଳାକୁ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ୬ଫୁଟ ଉଚ୍ଚର ଏହି କଳାଟିକୁ ଗଢିଛନ୍ତି।
ସୂଚନା ଯେ, ଦାସିଆ ବାଉରୀ ଦିନେ ମହାପ୍ରଭୁଙ୍କୁ ଟେକି ଦେଇଥିଲା ନଡ଼ିଆ ଏବଂ ଗ୍ରହଣ କରିଥିଲେ କଳାଠାକୁର। ସେହି କାହାଣୀକୁ ବାଲୁକାରେ ଚିତ୍ରିତ କରିଛନ୍ତି ସୁଦର୍ଶନ। ୫ ଟନ ବାଲୁକା ବ୍ୟବହାର କରି ଏହି କଳାଟିକୁ ଚିତ୍ରିତ କରିଥିବା ବେଳେ ଏହି ବାଲୁକାକଳା ଟିକୁ ପ୍ରସ୍ତୁତ କରିବାରେ ତାଙ୍କୁ ବାଲୁକାକଳା ଛାତ୍ରମାନେ ସାହାଯ୍ୟ କରିଛନ୍ତି।