Site icon ଆଜିକାଲି

କାର୍ତ୍ତିକ ପୂର୍ଣ୍ଣିମା : ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ସାରା ଓଡ଼ିଶା । ଭୋର ଭୋରୁ ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବିଚରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି।

ଏହି ବାଲୁକା କଳାରେ ବୋଇତ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି ସୁଦର୍ଶନ। ଏଥିସହ ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗର ପ୍ରାୟ ୫ ହଜାର ଫୁଲ ମଧ୍ୟ ସୁଦର୍ଶନ ବାଲୁକା କଳାରେ ସ୍ଥାନ ଦେଇଛନ୍ତି। ତେବେ ସୁଦର୍ଶନଙ୍କ ଏହି ବାଲୁକା କଳା ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି ସୁଦର୍ଶନ ପ୍ରାର୍ଥନା କରିଛନ୍ତି।

Exit mobile version