Site icon ଆଜିକାଲି

ଜଲାପୁଟ ଜଳ ଭଣ୍ଡାରରେ ଭାସୁଥିବା ମୃତଦେହକୁ ଉଦ୍ଧାର କଲା ପାଡ଼ୁଆ ପୋଲିସ

ଲମତାପୁଟ : କୋରାପୁଟ ଜିଲା ଜଲାପୁଟ ଜଳଭଣ୍ଡାରରୁ ମୃତଦେହ ଉଦ୍ଧାର । ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଚିହ୍ନଟ କରିଛି ପାଡ଼ୁଆ ପୋଲିସ । ତେବେ କାହିଁକି ଓ କେମିତି ମୃତ୍ୟୁ ହୋଇଛି ଅସ୍ଫଷ୍ଟ ରହିଥିବା ବେଳେ ଘଟଣାକୁ ନେଇ ହତ୍ୟା ସନ୍ଦେହ କରାଯାଉଛି ।

କୋରାପୁଟ ଜିଲା ପାଙ୍ଗିପୁଟ ଓ ମାରିପୁଟ ମଧ୍ୟରେ ରହିଥିବା କାକୁଆ ବେଡା ଜଳାପୁଟ ନଦୀ ଘାଟରେ ଭାସମାନ ଅବସ୍ଥାରେ ଥିବା ମୃତଦେହ ଏବଂ ନଦୀ କୂଳରେ ଗାମୁଛା ପଡ଼ି ଥିବାର ଦେଖି ରବିବାର ସନ୍ଧ୍ୟାରେ ପାଡ଼ୁଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପାଡ଼ୁଆ ଥାନା ଏସ୍‌ ଆଇ ହୃଷିକେଶ ବେନିଆ ଏକ ଟିମ୍ ନେଇ ଘଟଣାସ୍ଥଳକୁ ପହଞ୍ଚିବା ପରେ ନନ୍ଦପୁର ଅଗ୍ନିଶମ ବିଭାଗଙ୍କୁ ଖବର ଦେବା ପରେ ତୁରନ୍ତ ଅଗ୍ନିଶମ ବିଭାଗ କାକୁଆ ବେଡା ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର ମୃତଦେହକୁ ଚିହ୍ନଟ କରିଥିଲେ ଗ୍ରାମବାସୀ । ବ୍ୟକ୍ତି ଜଣକ ଵିଲାପୁଟ ଗ୍ରାମପଞ୍ଚାୟତ ବୁରୁଦିପୁଟ ଗ୍ରାମର ନୀଳାମ୍ବର ଖିଲ ବୋଲି ଜଣାପଡିଛି । ମୃତଦେହ ଚିହ୍ନଟ ପରେ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିବା ଜଣାପଡିଛି ।

Exit mobile version