Site icon ଆଜିକାଲି

ଆଜିଠୁ ଖୋଲିଲା ପାହାଳ ରସଗୋଲା ବଜାର; ବର୍ଦ୍ଧିତ ଦରରେ ମିଳିବ ରସଗୋଲା ଓ ଅନ୍ୟାନ୍ୟ ମିଷ୍ଟାନ୍ନ

ଭୁବନେଶ୍ବର : ଛେନା ଦର ବୃଦ୍ଧିକୁ ନେଇ ଗତ ତିନି ଦିନ ଧରି ବନ୍ଦ ଥିବା ପାହାଳ ରସଗୋଲା ବଜାର ଆଜିଠୁ ଖୋଲିଛି । ଆଜିଠୁ ରସଗୋଲା ଓ ଛେନାପୋଡ଼ ସମେତ ସବୁ ମିଠା ମହଙ୍ଗା ଦରରେ ମିଳିବ । ରସଗୋଲା ଓ ଛେନାପୋଡ଼ ଦର ବୃଦ୍ଧି କରାଯାଇଛି। ଅନ୍ୟ ମିଠା ଦର ମଧ୍ୟ ବଢ଼ିଛି। ଆଜିଠାରୁ ୫ ଟଙ୍କିଆ ମିଠା ୬ ଟଙ୍କା, ୧୦ ଟଙ୍କିଆ ମିଠା ୧୨ ଟଙ୍କା, ୨୦ ଟଙ୍କିଆ ମିଠା ୨୫ ଟଙ୍କା, ଛେନାଗଜା କେଜି ପ୍ରତି ୨୨୦ ଟଙ୍କା ଓ ଛେନାପୋଡ଼ ୨୮୦ ଟଙ୍କାରେ ବିକ୍ରି କରାଯିବ ।

Exit mobile version